Public App Logo
🚦🌹 ଫାଇନ୍ ନୁହେଁ, ହେଲମେଟ୍ ଓ ଗୋଲାପ ଦେଇ ସଚେତନ କଲା ରାୟଗଡ଼ା ପୋଲିସ 👮‍♂️ ୮୦ତମ ସ୍ୱାଧୀନତା ଦିବସ ଅବସରରେ ରାୟଗଡ଼ା ଟାଉନ ଥାନା ପୋଲିସର ନିଆରା ସଚେତନତା କାର୍ଯ୍ୟକ୍ରମ। ରାୟଗଡ଼ା ସହରସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ହେଲମେଟ୍ ଓ ସିଟ୍‌ବେଲ୍ଟ ବ୍ୟବହାର କରୁନଥିବା ଗାଡ଼ି ଚାଳକଙ୍କୁ ଫାଇନ୍ କରିବା ବଦଳରେ ହେଲମେଟ୍ ଓ ଗୋଲାପ ଫୁଲ ଦେଇ ସଚେତନ କରିଥିଲା ପୋଲିସ। 🌹⛑️ ଗାଡ଼ି ଚାଳକଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ଓ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଥିଲା ଏହି ଅଭିନବ ପଦକ୍ଷେପର ଉଦ୍ଦେଶ୍ୟ। ରାୟଗଡ଼ା ଟାଉନ ଥାନା ପୋଲିସର ଏଭଳି ନିଆରା ପ୍ରୟାସକୁ ସହରବାସୀ ପ୍ରଶଂସା କରିଛନ୍ତି। 👏 #RayagadaPolice #RoadSafety #HelmetSafety #TrafficAwareness #IndependenceDay #Rayagada #OdishaPolice #ସଡ଼କସୁରକ୍ଷା #ସଚେତନତା - Koraput Town News