ଗାନ୍ଧୀ ଜୟନ୍ତୀ ଅବସରରେ ବୌଦ୍ଧରେ "ମାଇ ଭାରତ " ପକ୍ଷରୁ ସ୍ୱଚ୍ଛତା ଓ ବୃକ୍ଷରୋପଣ ଅଭିଯାନ l
ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମାଇ ଭାରତ (MyBharat) ବୌଦ୍ଧ ପକ୍ଷରୁ ବାଉଁସୁଣୀସ୍ଥିତ ମା’ ମାହେଶ୍ୱରୀ ଜୁନିଅର କଲେଜ ପରିସରରେ ସ୍ୱଚ୍ଛତା ଓ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଯାଇଛି। ଜିଲ୍ଲା ଯୁବ ଅଧିକାରୀ ପ୍ରେରଣା ମୀନାଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ବହୁ ସଂଖ୍ୟକ ଯୁବ ସ୍ୱେଚ୍ଛାସେବୀ ସକ୍ରିୟ ଭାବେ ଯୋଗ ଦେଇଥିଲେ।
ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବପିଢ଼ି ମଧ୍ୟରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ପ୍ରତି ସଚେତନତା ସୃଷ୍ଟି କରିବା। ଯୁବ ସ୍ୱେଚ୍ଛାସେବୀମାନେ କଲେଜ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିବା ସହ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ଅଧିକାରୀ ପ୍ରେରଣା ମୀନା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଉମାକାନ୍ତ ବିଶ୍ୱାଳ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମନୋରଞ୍ଜନ ତ୍ରିପାଠୀ, ମକରଧ୍ୱଜ ମେହେର ଏବଂ କାର୍ତ୍ତିକ ପ୍ରଧାନ ଯୋଗଦେଇଥିଲେ।
ବକ୍ତାମାନେ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତା, ଅହିଂସା, ସେବା ଓ ପରିବେଶ ପ୍ରତି ଦାୟିତ୍ୱବୋଧର ଆଦର୍ଶ ଉପରେ ଆଲୋକପାତ କରିବା ସହ ଯୁବପିଢ଼ି ସମାଜ ଗଠନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ ଦେଇଥିଲେ।
ଗାନ୍ଧୀଜୀଙ୍କ ‘ସ୍ୱଚ୍ଛତା ହିଁ ସେବା’ର ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି ଅଭିଯାନ ମାଧ୍ୟମରେ ସ୍ୱଚ୍ଛ ଓ ସବୁଜ ବୌଦ୍ଧ ଗଠନ ପାଇଁ ଯୁବପିଢ଼ିର ସଂକଳ୍ପ ଆହୁରି ଦୃଢ଼ ହୋଇଥିଲା
#GandhiJayanti #MyBharatBoudh #SwachhataHiSeva #GreenBoudh #CleanAndGreen #YouthPower #Boudhnews