Public App Logo
🚨 ସୁନାବେଡା ସିଡିପିଓଙ୍କ ନିର୍ଯାତନା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଅଙ୍ଗନୱାଡି କର୍ମୀ ସୁନାବେଡା ସିଡିପିଓଙ୍କ ନିର୍ଯାତନା ସହି ନପାରି ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଙ୍ଗନୱାଡି କର୍ମୀ। ଅଭିଯୋଗ ଅନୁଯାୟୀ, ବିଭିନ୍ନ ସମୟରେ ମାନସିକ ଚାପ ଓ ହଇରାଣ ହରକତର ସମ୍ମୁଖୀନ ହେଉଥିବା କହିଛନ୍ତି କର୍ମୀମାନେ। ନିଜର ସମସ୍ୟା ନେଇ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର। ଅଭିଯୋଗର ତଦନ୍ତ କରି ନ୍ୟାୟ ପ୍ରଦାନ ସହ ଆବଶ୍ୟକ ପଦକ୍ଷେପ ନେବାକୁ କରିଛନ୍ତି ଦାବି। ଅଙ୍ଗନୱାଡି କର୍ମୀଙ୍କ ଏହି ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର। #Koraput #Sunabeda #AnganwadiWorkers #CDPO #DistrictCollector #Anganwadi #OdishaNews #KoraputNews - Koraput Town News