ବରଗଡ଼ରେ ଚାଷୀଙ୍କ ଧାନ ବିକ୍ରି ପଞ୍ଜିକରଣ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲା ସଂଯୁକ୍ତ କୃଷକ ସଂଗଠନ
ଆଜି ବରଗଡ଼ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବରଗଡ଼ ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନର ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଭେଟି ଧାନ ବିକ୍ରି ପଞ୍ଜିକରଣକୁ ନେଇ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।
ବିଶେଷ କରି— ଦେବୋତ୍ତର ଜମି ପଞ୍ଜିକରଣ ସମସ୍ୟା
ଭାଗଚାଷୀ ପଞ୍ଜିକରଣ ସମସ୍ୟା
ଜମି କିସମ ସଂଶୋଧନ ସମସ୍ୟା
ଇଲେକ୍ଟ୍ରିକ୍ ବିଲ୍ ବାଧ୍ୟତାମୂଳକ କରାଯାଉଥିବା ସମସ୍ୟା
ସାରର କଳାବଜାରୀ ଓ ଅଭାବ
ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ।
ଜିଲ୍ଲାପାଳ ସମସ୍ତ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ DRCSଙ୍କ ସହ ଆଲୋଚନା କରି ଚାଷୀମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି ଆଶ୍ୱାସନ ଦେଇଛନ୍ତି।
ଆଗାମୀ ଦୁଇ ଦିନ ମଧ୍ୟରେ ଯଦି ସମସ୍ୟାର ସମାଧାନ ନହୁଏ, ତେବେ ଚାଷୀଙ୍କ ହକ୍ ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବରଗଡ଼ ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନ ଚେତାବନୀ ଦେଇଛି। ଈଶାନ୍ତ ଭୋଇ, ସୁରେଶ ନିକେଣ୍ଟି, କାରଣ ସାହୁ, ଥବିର ସାହୁ, ରବିଶଙ୍କର ପଧାନ, ନିରଞ୍ଜନ ପଧାନ ଏବଂ ସୁବଳ ପଧାନ ଙ୍କ ନେତୃତ୍ୱରେ ଶହଶହ ଚାଷୀ ଜିଲ୍ଲାପାଳଙ୍କ ଜନ ଶୁଣାଣିକୁ ଆସି ଅଭିଯୋଗ କରିଥିଲେ।
Attabira, Bargarh (Baragarh) | Aug 17, 2026