#ଯାଜପୁର_ଜିଲ୍ଲା_ଦଶରଥପୁରର_ବନ୍ୟାଞ୍ଚଳ_ଗସ୍ତ_କରି_ବିପନ୍ନଙ୍କୁ_ଭେଟିବା_ସହ_ରିଲିଫ_ସହାୟତା_ଯୋଗାଇଛନ୍ତି_କଂଗ୍ରେସ_ସେବା ଦଳର ନେତା ଓ କର୍ମୀ। ବରିଷ୍ଠ କଂଗ୍ରେସ ନେତା ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ପ୍ରଭାବିତ ଅଞ୍ଚଳ ବୁଲିବା ସହ ବିପନ୍ନ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଗସ୍ତ ସମୟରେ କଂଗ୍ରେସ ନେତା ଶ୍ରୀ ଦାସ ସିଧାସଳଖ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ସେ କହିଲେ ଯାଜପୁର ଜିଲ୍ଲା ପାଇଁ ୧୨ବର୍ଷରେ ୬୦୦କୋଟି ଟଙ୍କା କେବଳ ବନ୍ଧବାଡ଼ ପାଇଁ ଖର୍ଚ୍ଚ ହୋଇଥିଲେ ମଧ୍ୟ ଆଜି ବି ଏ ଅଞ୍ଚଳର ବନ୍ୟା ବିପଦରୁ ମୁକ୍ତି ପାଇପାରିନାହାନ୍ତି। ପୂର୍ବ ସରକାର ପରି ଏ ସରକାର ମଧ୍ୟ ଲୋକଙ୍କ ସ୍ୱାର୍ଥ କଥା ଚିନ୍ତା କରୁନାହାନ୍ତି। ବନ୍ୟା ବାତ୍ୟାର ମୁକାବିଲା କରିବାରେ ସରକାର ବିଫଳ। ଲୋକଙ୍କୁ ରିଲିଫ ତ ଦୂରର କଥା ଆବଶ୍ୟକ ମୁତାବକ ପିଇବା ପାଣି ମଧ୍ୟ ମିଳିପାରୁନି।ତେଣୁ ଏ ସରକାରଙ୍କର ସରକାରରେ ରହିବାର ନୈତିକ ଅଧିକାର ନାହିଁ।ଏହି ଅବସରରେ ଜିଲା କଂଗ୍ରେସ ସଭାପତି ମାଗୁଣି ଜେନା, କଂଗ୍ରେସ ନେତା ସନ୍ତୋଷ ନନ୍ଦ, କନକ ଲତା ମଲ୍ଲିକ ଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।
#lntvnetwork #JajpurNews #jajpurkhabar #Aeiodisha