Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh

#ବନ୍ୟା_ପରବର୍ତ୍ତୀ_ସ୍ଥିତିର_ସମୀକ୍ଷା_ପାଇଁ_ଯାଜପୁର_ଗସ୍ତରେ_ରାଜ୍ୟ_ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା ପାଇଁ ଯାଜପୁର ଗସ୍ତରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିଦର୍ଶନ ପରେ ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ସେବା, ରୋଗ ନିୟନ୍ତ୍ରଣ ଓ ବିଭାଗୀୟ ପ୍ରସ୍ତୁତିକୁ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ପରଖିବା ସହିତ ଝାଡାବାନ୍ତି, ଜ୍ୱର, କଲେରା, ମ୍ୟାଲେରିଆ ଆଦି ରୋଗର ନିୟନ୍ତ୍ରଣ ଓ ନିରାକରଣ, ଟ୍ୟୁବୱେଲ ଆଦି ଜଳଉତ୍ସ ବିଶୋଧନ କରିବା ସହ ପର୍ଯ୍ୟାପ୍ତ ହାଲୋଜେନ ବଟିକା, ଓଆରଏସ ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ। ପ୍ରଥମେ ସେ ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ୱାର୍ଡ ଓ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଥିଲେ।ଏହାପରେ ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ ବନ୍ୟା ପରବର୍ତ୍ତୀ ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷକରି ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ, ଜଳବାହିତ ରୋଗ ପ୍ରତିରୋଧ, ଔଷଧ ମହଜୁଦ ରଖିବା ଓ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଇଥିଲେ।ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇ ବନ୍ୟା ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। #floodrelief #ଯାଜପୁର #JajpurNews #jajpurkhabar #Aeiodisha