Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh

#ବଲ୍ଲଭିଘାଟ_ଓ_ଦଶରଥପୁର_ଠାରେ_ବିପଦ_ସଂକେତ_ଉପରେ_ବୈତରଣୀ_ଜଳସ୍ତର ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀରେ ଚତୁର୍ଥ ବନ୍ୟା। ବୈତରଣୀ ନଦୀର ବଲ୍ଲଭିଘାଟ ଓ ଦଶରଥପୁର ଠାରେ ବିପଦ ସଂକେତ ଉପରେ ବୈତରଣୀ ଜଳସ୍ତର ପ୍ରବାହିତ ହେଉଛି । ଏହି ବନ୍ୟା ଫଳରେ ଯାଜପୁର ବ୍ଲକ ଓ ଦଶରଥପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ଦଶରଥପୁର ଡୋଭାବିଲ ପାଟଣା ଠାରେ ପୂର୍ବ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇକୁ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ହୋଇଥିଲେ ମଧ୍ୟ ଘାଇ ଉପରଦେଇ ବନ୍ୟାପାଣି ଗାଁକୁ ପୁଣିଥରେ ପ୍ରବେଶ କରିଛି । ଗାଁ ଦାଣ୍ଡରେ ପୁଣି ବନ୍ୟା ପାଣି ଲହଡି ମାରୁଛି । ଅନେକ ପରିବାର ଏବେବି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ତ ଆଉ କିଛି ପରିବାର ଆଶ୍ରୟସ୍ଥଳୀ ଓ ଛାତ ଉପରେ ଜୀବନ କାଟୁଛନ୍ତି। ଚତୁର୍ଥ ବନ୍ୟା ବିଶେଷକରି ଦଶରଥପୁରବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। କେବଳ ଘରଦ୍ୱାର ନୁହେଁ, ବନ୍ୟାରେ ଚାଷଜମି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ପରଖୁଛନ୍ତି ବିଜେପି ନେତା ଗୌତମ ରାୟ। ଡୋଭାବିଲ ପାଟଣା ଘାଇ ମୁହଁକୁ ଯାଇ ଅବସ୍ଥା ବୁଲି ଦେଖି ବିପନ୍ନଙ୍କ ସହ ଆଲୋଚନା କରିଥିଲେ। ବନ୍ୟା ପରେ ବନ୍ୟା ସେମାନଙ୍କ ମେରୁଦଣ୍ଡ ଦୋହଲାଇଦେଇଛି ବୋଲି କହି ଦୁଃଖ ପ୍ରକାଶ କରିଥିଲେ। ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇଛନ୍ତି। ବନ୍ୟା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଜିଲାପାଳ କହିଛନ୍ତି । #FloodRescue #JajpurFlood #goutamray #lntvnetwork #JajpurNews #jajpurkhabar #Aeiodisha

#ବଲ୍ଲଭିଘାଟ_ଓ_ଦଶରଥପୁର_ଠାରେ_ବିପଦ_ସଂକେତ_ଉପରେ_ବୈତରଣୀ_ଜଳସ୍ତର ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀରେ ଚତୁର୍ଥ ବନ୍ୟା। ବୈତରଣୀ ନଦୀର ବଲ୍ଲଭିଘାଟ ଓ ଦଶରଥପୁର ଠାରେ ବିପଦ ସଂକେତ ଉପରେ ବୈତରଣୀ ଜଳସ୍ତର ପ୍ରବାହିତ ହେଉଛି । ଏହି ବନ୍ୟା ଫଳରେ ଯାଜପୁର ବ୍ଲକ ଓ ଦଶରଥପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ଦଶରଥପୁର ଡୋଭାବିଲ ପାଟଣା ଠାରେ ପୂର୍ବ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇକୁ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ହୋଇଥିଲେ ମଧ୍ୟ ଘାଇ ଉପରଦେଇ ବନ୍ୟାପାଣି ଗାଁକୁ ପୁଣିଥରେ ପ୍ରବେଶ କରିଛି । ଗାଁ ଦାଣ୍ଡରେ ପୁଣି ବନ୍ୟା ପାଣି ଲହଡି ମାରୁଛି । ଅନେକ ପରିବାର ଏବେବି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ତ ଆଉ କିଛି ପରିବାର ଆଶ୍ରୟସ୍ଥଳୀ ଓ ଛାତ ଉପରେ ଜୀବନ କାଟୁଛନ୍ତି। ଚତୁର୍ଥ ବନ୍ୟା ବିଶେଷକରି ଦଶରଥପୁରବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। କେବଳ ଘରଦ୍ୱାର ନୁହେଁ, ବନ୍ୟାରେ ଚାଷଜମି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ପରଖୁଛନ୍ତି ବିଜେପି ନେତା ଗୌତମ ରାୟ। ଡୋଭାବିଲ ପାଟଣା ଘାଇ ମୁହଁକୁ ଯାଇ ଅବସ୍ଥା ବୁଲି ଦେଖି ବିପନ୍ନଙ୍କ ସହ ଆଲୋଚନା କରିଥିଲେ। ବନ୍ୟା ପରେ ବନ୍ୟା ସେମାନଙ୍କ ମେରୁଦଣ୍ଡ ଦୋହଲାଇଦେଇଛି ବୋଲି କହି ଦୁଃଖ ପ୍ରକାଶ କରିଥିଲେ। ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇଛନ୍ତି। ବନ୍ୟା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଜିଲାପାଳ କହିଛନ୍ତି । #FloodRescue #JajpurFlood #goutamray #lntvnetwork #JajpurNews #jajpurkhabar #Aeiodisha - Bhubaneswar M Corp News