SMS News Bureau Raurkela
ବିଜେଡି ଛାଡ଼ି ବିଜେପିରେ ବହୁ ଯୁବନେତାଙ୍କ ଯୋଗଦାନ
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଶଙ୍କର ଓରାମଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ।
ଆଜି ବିଜେଡିକୁ ଝଟକା ଦେଇ ବିଜେପିରେ ସାମିଲ ହେଲେ ବହୁ ଯୁବନେତା ଓ କାର୍ଯ୍ୟକର୍ତ୍ତା। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ପ୍ରାକ୍ତନ ବିଧାୟକ ଶଙ୍କର ଓରାମଙ୍କ ଉପସ୍ଥିତିରେ ଆଜି ବରିଷ୍ଠ ବିଜେଡି ଯୁବନେତା ତଥା ରାଉରକେଲା ଟ୍ରକ ଟିପର ଓନର ଆସୋସିଏସନ ର ସଭାପତି ବିରାଜ ବିଶ୍ୱାଳଙ୍କ ନେତୃତ୍ୱରେ ବହୁ ଯୁବନେତା ଓ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗଦେଇଛନ୍ତି।
ଦୀର୍ଘଦିନ ଧରି ବିଜେଡି ସହ ଜଡ଼ିତ ଥିବା ଏହି ନେତା ଓ କର୍ମୀମାନେ ବିଜେପିର ହାତ ଧରିଥିବା କୁହାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ବିକାଶ ନାୟକ, ରାମକୃଷ୍ଣ ନନ୍ଦ, ଦେବାଶିଷ ଜେନା, ରବିନାରାୟଣ ମହନ୍ତ, କାଳି ପ୍ରସନ୍ନ ସ୍ୱାଇଁ, ବିଶ୍ୱେଶର ଦାସ, ସୁଶାନ୍ତ ଦାସ, ତାପସ ମିଶ୍ର, ଶ୍ରୀକାନ୍ତ ଦାସ ପ୍ରମୁଖ ବିଜେପିରେ ଯୋଗଦାନ କରିଥିଲେ l
ଏହି ସମାରୋହ ରେ ବିଜେପି ର ବରିଷ୍ଠ ନେତା ଅଶୋକ ଲେଙ୍କା, ମନୋରଞ୍ଜନ ମୁନି, ପ୍ରମୋଦ ଜେନା, ଦିଲ୍ଲୀପ ପଟ୍ଟନାୟକ, ଶଶାଙ୍କ ଶେଖର ଜେନା, ସରୋଜ ଦାସ, ସୁଶାନ୍ତ ମହାପାତ୍ର, ବିଶ୍ୱ ପ୍ରତାପ ସିଂ, ମନୋଜ ନାୟକ, ଦିପୁ ଦାସ, ଆଶିଷ ହରିପାଲ ପ୍ରମୁଖ ଉପସ୍ଥିତ ଥିଲେ l