Public App Logo
କୋରାପୁଟ ଜିଲ୍ଲା ​ସେମିଳିଗୁଡ଼ା ଥାନା ଅନ୍ତର୍ଗତ ଗୁରୁଦ୍ବାର ଅଞ୍ଚଳର ୨୨ ବର୍ଷୀୟା ଯୁବତୀ ଅଲବିନା ଗରଡ଼ାଙ୍କ ହତ୍ୟାକାଣ୍ଡର ସିନ ରିକ୍ରିଏସନ କଲା ପୋଲିସ୍। ହତ୍ୟା ଘଟଣାରେ ସେମିଳିଗୁଡା ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟ ରାଜ୍ୟରୁ ଯୁବତୀଙ୍କ ମୃତଦେହକୁ ପୋତାଯାଇଥିବା ଅବସ୍ଥାରେ ଉଦ୍ଧାର କରିଛି। ପୋଲିସ ସୂଚନା ମୁତାବକ, ଦଶମନ୍ତପୁର ଥାନା ତୁନଖାଲ ଗ୍ରାମର ବେଣୁଧର ଗରଡ଼ାଙ୍କ ଝିଅ ଅଲବିନା ଗରଡ଼ାଙ୍କୁ କିଛିଦିନ ପୂର୍ବରୁ ହତ୍ୟା କରାଯାଇଥିବା ନେଇ ସେମିଳିଗୁଡ଼ା ଥାନାରେ ୧୨୬/୨୦୨୬ ରେ ଏକ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ପୋଲିସ ମୋହନ ଖିଲ (୩୫) ଓ ମିଲନ କୁଲଦୀପ (୧୯)ଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗୁରୁତ୍ୱପୂର୍ଣ୍ଣ ସୂରାକ ପାଇଥିଲା। ପରେ ତଥ୍ଯ ଆଧାରରେ ଗୁରୁବାର ଆନ୍ଧ୍ରପ୍ରଦେଶ ପୋଲିସ ଓ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଜୟନଗରମ ଜିଲ୍ଲା ଗଜପତିନଗରମ୍ ଥାନା ଅନ୍ତର୍ଗତ ମାରୁପାଲି ଗ୍ରାମ ନିକଟସ୍ଥ ଏକ ଶାଗୁଆନ୍ ବଗିଚାରୁ ଅଲବିନାଙ୍କ ଅର୍ଦ୍ଧଗଳିତ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା। ମୃତକଙ୍କ ବାପା ଓ ପରିବାର ଲୋକେ ଘଟଣାସ୍ଥଳରେ ପୋଷାକପତ୍ର ଦେଖି ମୃତଦେହ ଚିହ୍ନଟ କରିଥିଲେ। - Jeypore News