ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସାମ୍ବାଦିକଙ୍କୁ ଅସମ୍ମାନ ପଂଚାୟତରାଜ ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସାମ୍ବାଦିକଙ୍କୁ ଅସମ୍ମାନ। ନିମନ୍ତ୍ରଣ କରି ସମୀକ୍ଷା ହେଉଥିବା ହୋଲରୁ ସାମ୍ବାଦିକ ବାହାରି ଯିବାପାଇଁ କହିଲେ ଜିଲ୍ଲପାଳ। ଆଉ ଦୀର୍ଘ ସମୟ ଧରି ବାହାରେ ଛିଡା ହେବା ପରେ ଅସନ୍ତୋଷ ପ୍ରକାଶ କରି ପ୍ରେସମିଟ ବର୍ଜନ କଲେ ଭୋଗରାଇ ସାମ୍ବାଦିକ ସଙ୍ଘ.
ସୂଚନା ଅନୁଯାଇ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରେ ଆଜି ପଂଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ବାଲେଶ୍ବର ଜିଲ୍ଲାର ବିଭିନ୍ନ ବଣ୍ୟଞ୍ଚଳ ପରିଦର୍ଶନ କରିଥିଲେ। ଏହା ପରେ ଏକ ସାମ୍ବାଦିକ ମାନଙ୍କୁ ଏକ ପ୍ରେସମିଟ ପାଇଁ ସୂଚନା ଦେଇଥିଲେ। ତେବେ ଯେତେବେଳେ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଆରମ୍ଭ ହୋଇଥିଲା ସେତେବେଳେ ସାମ୍ବାଦିକ ମାନଂକୁ ଜିଲ୍ଲାପାଳ ବାହାରକୁ ଯିବାପାଇଁ ନିର୍ଦେଶ ଦେଇଥିଲେ। ତେବେ ଏହାକୁ ନେଇ ସାମ୍ବାଦିକ କ୍ଷୋଭ ପ୍ରକାଶ କରି ପ୍ରେସମିଟକୁ ବର୍ଜନ କରିଥିଲେ। ଯେତେବେଳେ ସାଧାରଣ ଜନତା ଓ ରାଜନୈତିକ କର୍ମୀ ମାନେ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ସେତେବେଳେ ସାମ୍ବାଦିକ ମାନଂକୁ ମିଟିଙ୍ଗ ହଲରୁ କାହିଁକି ବାହାର କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି। କାଳେ ସତ ସାମ୍ନାକୁ ସେହି ଭୟରେ ଜିଲ୍ଲାପାଳ ବାହାରିଯିବା ପାଇଁ କହିଲେ କି ସେ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି