କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ୍ ବିରିଗୁଡା କଲୋନୀବାସୀଙ୍କ ଦାବି ହେଉଛି “ବିସ୍ଥାପନ ପ୍ୟାକେଜ୍ ନାହିଁ ତ କାରଖାନା ନାହିଁ, ନିଯୁକ୍ତି ନାହିଁ ତ କାରଖାନା ନାହିଁ।” ବିସ୍ଥାପିତ ଘୋଷଣା କରା ନହେଲେ, ଅଧିଗ୍ରହଣ ହୋଇଥିବା ଜମି ୧୮ ବର୍ଷର କ୍ଷତିପୂରଣ ସହ ଜମିମାଲିକଙ୍କୁ ଫେରସ୍ତ କରିବାକୁ ମଧ୍ୟ ଦାବି ହୋଇଛି। ବିରିଗୁଡା କଲୋନୀବାସୀଙ୍କ ଦାବି ଉପରେ ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷ କି ପଦକ୍ଷେପ ନେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର। ଆଜି ରାୟଗଡ଼ା ଠାରେ ୫ମ ପୁନର୍ବାସ ବୈଠକରେ ବିସ୍ଥାପିତଙ୍କ ଅଧିକାର ଓ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି।