SMS News Bureau Rourkela
ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚି ସହଯୋଗ ର ହାତ ବଢାଇଲା ପ୍ରୟାସ ସଂଗଠନ।
ଲଗାଣ ବର୍ଷାରେ ରାଉରକେଲା ସହର ର ଜନଜୀବନ ଏବେ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ବହୁତ ଜୋରରେ ହେଉଥିବାରୁ ଅନେକ ଲୋକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବସ୍ତି ଅଞ୍ଚଳର ଗରିବ ଓ ଅସହାୟ ପରିବାର ଗୁଡ଼ିକ ବର୍ଷା ଦାଉରୁ ନିଜ ଘର ଓ ପରିବାରକୁ ସୁରକ୍ଷିତ ରଖିବାରେ ବହୁତ କଷ୍ଟ ଭୋଗୁଛନ୍ତି।
ଏହି ଦୁର୍ଦ୍ଦିନରେ ଆଜି ସାମାଜିକ ସଙ୍ଗଠନ ‘ପ୍ରୟାସ’ ର ସଦସ୍ୟମାନେ ବିଭିନ୍ନ ବସ୍ତି ଅଞ୍ଚଳକୁ ଯାଇ ବର୍ଷା ଦାଉରୁ ଘରକୁ ସୁରକ୍ଷିତ ରଖିବା ପାଇଁ କିଛି ହିତାଧିକାରୀଙ୍କୁ ଜରିପାଲ ବଣ୍ଟନ କରିଥିଲେ।
ଏହି ଛୋଟ ପ୍ରୟାସ ମାଧ୍ୟମରେ ବର୍ଷା ବିପନ୍ନ ପରିବାରଗୁଡ଼ିକର ଦୁଃଖ ଓ କଷ୍ଟକୁ କିଛି ମାତ୍ରାରେ ଲାଘବ କରିବା ସହିତ ସେମାନଙ୍କ ପାଖରେ ଠିଆ ହେବାର ଏକ ମାନବିକ ପ୍ରୟାସ କରିଥିଲା ସାମାଜିକ ସଂଗଠନ ପ୍ରୟାସ।
Sundargarh Town, Sundargarh | Aug 18, 2026