ଭଦ୍ରକ: ସ୍ବର୍ଗତ କିରଣବାଳା ବେହେରାଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ । ଅନ୍ନପାଳ ପଞ୍ଚାୟତ ବିଷ୍ଣୁପୁରବିନ୍ଧା ଗାଁରେ ବିଶିଷ୍ଟ ସମାଜସେବୀ ରାମ ଚନ୍ଦ୍ର ବେହେରାଙ୍କ ଧର୍ମ ପତ୍ନୀ ସ୍ବର୍ଗତ କିରଣବାଳା ବେହେରାଙ୍କ ଏଗାର ତମ ଶ୍ରlଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା, ଏହି ଶିବିରକୁ ଶତାଧିଜ ରୋଗୀମାନେ ଆସି ନିଜର ରକ୍ତଚାପ ଓ ଡାଇବେଟିସ ପରୀକ୍ଷା କରିଥିଲେ ଏବଂ ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ମଧ୍ୟ ନେଇଥିଲେ,
ଏହି ସେବା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସମ୍ପୂର୍ଣ ମାଗଣାରେ ଯୋଗାଇ ଦିଆଯାଇଥିଲା, ତେଣୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାମ ଚନ୍ଦ୍ର ବେହେରା ନିଜ ଧର୍ମ ପତ୍ନୀଙ୍କ ଉଦେଶ୍ୟରେ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରି ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟ ହାତକୁ ନେଇଥିଲେ। ଏମିତି ମହାନ କାର୍ଯ୍ୟକାରୀ ସମାଜସେବୀ ରାମଚନ୍ଦ୍ର ବେହେରା ଜଣେ ମହାନ ବ୍ୟକ୍ତିତ୍ୱର ପରିଚୟ ଦେଖାଇଛନ୍ତି, ତେବେ ଆସନ୍ତୁ ଶୁଣିବା ସ୍ଥାନୀୟ ବାସିନ୍ଦା ଓ ରୋଗୀମାନେ କଣ କହୁଛନ୍ତି ।
#citykhabarbhadrak