SMS News Bureau Rourkela
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଉପଲକ୍ଷେ
ଶାନ୍ତି ଶୋଭାଯାତ୍ରା ଓ ସ୍ବଛତା ରାଲି ଅନୁଷ୍ଠିତ
ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଓ ରାଉରକେଲା ମହାନଗର ପକ୍ଷରୁ ରାଉରକେଲା ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଶାନ୍ତି ଶୋଭାଯାତ୍ରା ସହିତ ସ୍ବଛତା ରାଲି ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ରେ ମ୍ୟୁନିସିପାଲ କଲେଜ ଓ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ର ଛାତ୍ରଛାତ୍ରୀଙ୍କ ସହିତ ସ୍ବୟଂ ସହାୟକ ଗୋଷ୍ଠୀ , ସ୍ବଛ ସାଥୀ ମାନେ ଅଂଶ ଗ୍ରହଣ କରିଥିଲେ l
ସ୍ଥାନୀୟ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ପାନପୋଷ ଛକ ଠାରେ ପହଞ୍ଚିଥିଲା l ପାନପୋଷ ଛକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ସମ୍ମାନୀୟ ଅତିଥି ଭାବରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପାୟୁକ୍ତ ଅନୀତା ନାଏକ, ଉପାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫlତିମା ଏକ୍କା ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏହି ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ରଘୁପତି ରାଘବ ରାଜା ରାମ ଏବଂ ବୈଷ୍ଣବ ଜନ ତୋ ତେନେ କହିଏ ଭଜନ ଗାନ କରା ଯାଇଥିଲା। ଏହି ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଆୟୋଜିତ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଅଭିନବ କଳାକୃତି ପ୍ରଦର୍ଶନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ରାଉରକେଲା ସରକାରୀ ଶିଳ୍ପ ପ୍ରତିଷ୍ଠାନ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜଗଦା ସ୍ଥିତ ଆମ୍ବେଦକର ଘରୋଇ ଶିଳ୍ପ ପ୍ରତିଷ୍ଠାନ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା।
ଏହା ପୂର୍ବରୁ ସକାଳ ୫ ଘଟିକାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରରେ ରାମଧୂନ ପରବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମର ପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ଓ ମହାନଗର ନିଗମ ଅଧିକାରୀ କର୍ମଚାରୀ ସହଯୋଗ କରିଥିଲେ l