ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଗର ଯନ୍ତ୍ରୀଙ୍କୁ ମନ୍ତ୍ରୀଙ୍କ ପ୍ରଶଂସା!
ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ମାଓ-ପ୍ରଭାବିତ ‘ସ୍ୱାଭିମାନ ଅଞ୍ଚଳ’ରେ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ନିଷ୍ଠା ଓ ସାହସକୁ ପ୍ରଶଂସା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଯେଉଁ ଦୁର୍ଗମ ଅଞ୍ଚଳକୁ ଯାନବାହନରେ ପହଞ୍ଚିବା ଅସମ୍ଭବ ଥିଲା, ସେଠାରେ ଶ୍ରୀ ବେହେରା ଗ୍ରାମବାସୀଙ୍କଠାରୁ ଘୋଡ଼ା ଧାର ନେଇ ଏବଂ ଡଙ୍ଗାରେ ନଦୀ ପାର ହୋଇ ବୈଷୟିକ ସର୍ଭେ କାର୍ଯ୍ୟ ସମ୍ପନ୍ନ କରିଥିଲେ। ତାଙ୍କର ଏହି ନିଷ୍ଠା ଓ ସାହସ ଯୋଗୁଁ ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ଓ ବିକାଶର ପଥ ପ୍ରଶସ୍ତ ହୋଇପାରିଛି ବୋଲି ମନ୍ତ୍ରୀ ପ୍ରଶଂସା କରିଛନ୍ତି।
#MissionSadak #MissionRoad #Malkangiri #PruthvirajHarichandan #Odisha #OdishaNews #MalkangiriNews #DevelopmentWork #LatestNews #SwabhimanAnchal #RoadDevelopment