ଅପରେସନ ନେତ୍ରା ଜରିଆରେ ଓରିଏଣ୍ଟ ପୋଲିସର ବଡ ସଫଳତା, ଦେଶୀ ପିସ୍ତଲ ସହ ଜଣେ ଗିରଫ
ଝାରସୁଗୁଡା ଜିଲ୍ଲା ପୋଲିସର ଫ୍ଲାଗସିପ୍ ଅପରେସନ "ଅପରେସନ ନେତ୍ରା" ଜରିଆରେ ଓରିଏଣ୍ଟ ପୋଲିସକୁ ବଡ ସଫଳତା ମିଳିଛି।
ଓରିଏଣ୍ଟ ଥାନା କେସ୍ ନଂ ୨୪୧, ତା ୦୨.୧୦.୨୦୨୬, ଧାରା ୨୫(୧-ବି)(ଏ) ଆର୍ମସ ଆକ୍ଟ ଅନୁଯାୟୀ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଅଭିଯୁକ୍ତ ହେଲେ ଗଦୀଶ୍ୱର ସାହୁ । ତାଙ୍କ ମୂଳ ଘର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କାଇରାସୀ ଗ୍ରାମରେ ହୋଇଥିବା ବେଳେ ସେ ବର୍ତମାନ ବ୍ରଜରାଜନଗର ଥାନା ଅନ୍ତର୍ଗତ ୨ ନମ୍ବର କୁଇଲଟାପଡାରେ ରହୁଥିଲେ।