#ଭୁବନେଶ୍ୱର_ଲିଙ୍ଗିପୁରରେ_ମିଷ୍ଟାନ୍ନ_ଭଣ୍ଡାରରୁ_ଟଙ୍କା_ଚୋରି_ଅଭିଯୋଗ
ଭୁବନେଶ୍ୱର ଲିଙ୍ଗିପୁର ଟ୍ରାଫିକ ଛକ ନିକଟସ୍ଥ ମା’ ଶାରଳା ମିଷ୍ଟାନ୍ନ ଭଣ୍ଡାରରୁ ଟଙ୍କା ଚୋରି ଅଭିଯୋଗର ଏକ ଦୃଶ୍ୟ ସାମ୍ନାକୁ ଆସିଛି।
ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଜଣେ ମହିଳା ଦୋକାନରେ ଥିବା ଟଙ୍କା ବକ୍ସ ନିକଟକୁ ଯାଉଥିବା ଦେଖାଯାଉଛି। ଦୋକାନ ମାଲିକଙ୍କ ନଜର ଏପଟେ-ସେପଟେ ଥିବା ସମୟରେ ସୁଯୋଗ ନେଇ ସେ ଟଙ୍କା ବକ୍ସରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
ଘଟଣାର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏବେ ଏହି ସିସିଟିଭି ଫୁଟେଜ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
ତେବେ ମହିଳା ଜଣକ କିଏ ଏବଂ ପ୍ରକୃତରେ କେତେ ଟଙ୍କା ଚୋରି ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ସମ୍ପର୍କରେ ଅଭିଯୋଗ ହେଲେ ପୋଲିସ ତଦନ୍ତ ପରେ ହିଁ ପୂରା ସତ ସାମ୍ନାକୁ ଆସିବ।
#viralpost
Konark, Puri | Aug 12, 2026