ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ। ଦୀର୍ଘ ୮ ବର୍ଷ ଧରି ନ୍ୟାୟସଙ୍ଗତ ଦାବୀ ପୂରଣ ପାଇଁ ସରକାରଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛି ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମିତି। ଆଜି ୪ ଦଫା ଦାବୀକୁ ନେଇ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଧାରଣା ଓ ବିକ୍ଷୋଭ କରିଛନ୍ତି ସଂଘର ସଦସ୍ୟମାନେ।
Surajtv Odia Surajtv CMO Odisha PMO India