କଟକ ରେ ବଡ଼ ଧରଣର ଲୁଟ। ସିଡିଏ ୮ ନମ୍ବର ପ୍ରାଚୀ ହସ୍ପିଟାଲ ଲେନ ରେ ଥିବା ଚିତ ରଞ୍ଜନ ବେହେରାଙ୍କ ଘରେ କଳା କନା ବୁଲାଇ ଦେଇଛନ୍ତି ଲୁଟେରା। ୨୦ ଟି ମୁଦି, ମଙ୍ଗଳ ସୁତ , ଚେନ , କାନର , ୫୦ ହଜାର ଟଙ୍କା ଲୁଟିନେଇଛନ୍ତି ଲୁଟେରା । ସ୍ଥାନୀୟ ମର୍କତ ନଗର ଥାନାରେ ଏତେଲା ହେବା ପରେ ଆଜି ପୋଲିସ ଅଭିଯୋଗକାରୀଙ୍କ ଘରେ ତଦନ୍ତ କରିଛି। ସାଇଣ୍ଟିଫିକ ଟିମ , ଡ଼ଗ ସ୍କ୍ୱାଡ଼ ଟିମ ପହଁଚି ତଦନ୍ତ କରିଛି। ତେବେ ସିଡିଏ ଅଞ୍ଚଳ ରେ ଏଭଳି ଘଟଣା ଘଟିଛି ଯାହା ସମସ୍ତଂକୁ ଚକିତ କରିଛି। ଗତ ସୋମବାର ଦିନ ଘରର ଚିତରଞ୍ଜନ ବେହେରା ଓ ସୂର୍ଯ୍ୟମଣି ବେହେରା ପ୍ରୟାଗରାଜ ଅସ୍ତିବିସର୍ଜନ କରିବା ପାଇଁ ଯାଇଥିଲା ବେଳେ ଘରେ କେହି ନଥିଲା ବେଳେ ଲୁଟେରା କରିଥିଲେ ଟାର୍ଗେଟ । ତେବେ ସିଡିଏ ଭଳି ଅଂଚଳରେ ପୋଲିସ କଡା ପଇଁତରା ମାରୁଥିଲା ବେଳେ ଏଭଳି ଘଟଣା ଘଟିବା ପୋଲିସ କୁ କଡା ଚ୍ୟାଲେଞ୍ଜ ବୋଲି କହିଛନ୍ତି ପରିବାର ଲୋକେ।
Konark, Puri | Oct 1, 2026