Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

*ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ: କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ* ସୂଚନା ଓ ଲୋକସମ୍ପର୍କ ବିଭାଗର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ (ଡିଡି) ବସନ୍ତ ପ୍ରଧାନ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭାଗୀୟ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। କାର୍ଯ୍ୟାଳୟରେ ପହଞ୍ଚିବା ପରେ ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ତାଙ୍କୁ ବିଧିବଦ୍ଧ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ନୟାଗଡ଼ର ପୂର୍ବତନ ଡିଆଇପିଆରଓ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। ଗସ୍ତ ସମୟରେ ଉପନିର୍ଦ୍ଦେଶକ ଶ୍ରୀ ପ୍ରଧାନ ଜିଲ୍ଲାରେ ସରକାରୀ ଯୋଜନା ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଛନ୍ତି, ଲୋକମାନଙ୍କ ପାଖରେ ସରକାରଙ୍କ ଯୋଜନାର ସଠିକ୍ ସୂଚନା ପହଞ୍ଚାଇବା ଏବଂ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବା ଆମ ବିଭାଗର ମୁଖ୍ୟ ଦାୟିତ୍ୱ। ମାଲକାନଗିରି ଭଳି ଦୂରବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ନିକଟତର ହୋଇ ସେମାନଙ୍କୁ ସଚେତନ କରିବା ପାଇଁ ଆମକୁ ଆହୁରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ହେବ। କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକଳାପ ଅନୁଧ୍ୟାନ କରିବା ପରେ ଉପନିର୍ଦ୍ଦେଶକ ସ୍ଥାନୀୟ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କେତେକ ଜରୁରୀକାଳୀନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଠିକ୍ ଏବଂ ସମୟୋଚିତ ତଥ୍ୟ ଯୋଗାଇ ସୂଚନା ପ୍ରଦାନରେ ସ୍ୱଚ୍ଛତା ବଜାୟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହ ସରକାରଙ୍କ ବିଭିନ୍ନ ସଫଳତାର ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମ ର ବହୁଳ ଓ ପ୍ରଭାବଶାଳୀ ବ୍ୟବହାର କରିବା ସହିତ ଜିଲ୍ଲାର ଚାଲିଥିବାବିଭିନ୍ନ ସଚେତନତା ଅଭିଯାନର ନିୟମିତ ସମୀକ୍ଷା ଏବଂ ପରିଦର୍ଶନ କରିବାକୁ ସେ ଡିଆଇପିଆରଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ସମୀକ୍ଷା ବୈଠକ ତଥା ପରିଦର୍ଶନ ସମୟରେ ମାଲକାନଗିରି ଡିଆଇପିଆରଓ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ହରେକୃଷ୍ଣ କୀର୍ତ୍ତନିୟା, ରଞ୍ଜନ ମହାନ୍ତି ଏବଂ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

MORE NEWS