Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ନାଲକୋରେ SC/ST ୱେଲଫେୟାର ଆସୋସିଏସନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ଅନୁଗୁଳ ଜିଲ୍ଲା ନାଲକୋ ନଗରଠାରେ SC/ST ୱେଲଫେୟାର ଆସୋସିଏସନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର କାଲିଙ୍ଗିରି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ଦିବସର ମହତ୍ତ୍ୱ ଓ ସମାଜରେ ସମାନତା ଏବଂ ଭାଇଚାରାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସଂଘର ସଭାପତି ଅକ୍ଷୟ କୁମାର ବଦରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ କୃଷ୍ଣ ସିଂ ଜଙ୍କ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ରବୀନ୍ଦ୍ରନାଥ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସଂଘର ପୂର୍ବତନ ସଭାପତି ଶ୍ରୀ କେଦାରନାଥ ଦେହୁରୀଙ୍କ ସମେତ ରାଜେନ୍ଦ୍ର ନାଏକ, ତ୍ରୈଲୋକ ନାୟକ, ବିନୋଦ ବେହେରା, ନୀଳମାଧବ ବେହେରା, ରାମଧନ ହେମ୍ବ୍ରମ, ମାଇସା ହାଁସଦା, ଆଲୋକ କୁମାର ମାଝୀ, ଉପେନ୍ଦ୍ର ବେହେରା, ଗୌରବ ଦାସ, ପ୍ରଶାନ୍ତ କିସାନ, ଅମିତ ଭୋଇ, ଚୂନ୍ଦା କୁଜୁରଙ୍କ ସମେତ ଆସୋସିଏସନର ବହୁ ସଦସ୍ୟ ଓ ଅନ୍ୟମାନେ ଯୋଗଦେଇଥିଲେ। ଦେଶର ସ୍ୱାଧୀନତା, ସାମାଜିକ ନ୍ୟାୟ ଓ ସମାନତାର ମୂଲ୍ୟବୋଧକୁ ଆଗେଇ ନେବା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା। #angulexpress

Anugul, Angul | Aug 15, 2026
ନାଲକୋରେ SC/ST ୱେଲଫେୟାର ଆସୋସିଏସନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ଅନୁଗୁଳ ଜିଲ୍ଲା ନାଲକୋ ନଗରଠାରେ SC/ST ୱେଲଫେୟାର ଆସୋସିଏସନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର କାଲିଙ୍ଗିରି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ଦିବସର ମହତ୍ତ୍ୱ ଓ ସମାଜରେ ସମାନତା ଏବଂ ଭାଇଚାରାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସଂଘର ସଭାପତି ଅକ୍ଷୟ କୁମାର ବଦରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ କୃଷ୍ଣ ସିଂ ଜଙ୍କ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ରବୀନ୍ଦ୍ରନାଥ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସଂଘର ପୂର୍ବତନ ସଭାପତି ଶ୍ରୀ କେଦାରନାଥ ଦେହୁରୀଙ୍କ ସମେତ ରାଜେନ୍ଦ୍ର ନାଏକ, ତ୍ରୈଲୋକ ନାୟକ, ବିନୋଦ ବେହେରା, ନୀଳମାଧବ ବେହେରା, ରାମଧନ ହେମ୍ବ୍ରମ, ମାଇସା ହାଁସଦା, ଆଲୋକ କୁମାର ମାଝୀ, ଉପେନ୍ଦ୍ର ବେହେରା, ଗୌରବ ଦାସ, ପ୍ରଶାନ୍ତ କିସାନ, ଅମିତ ଭୋଇ, ଚୂନ୍ଦା କୁଜୁରଙ୍କ ସମେତ ଆସୋସିଏସନର ବହୁ ସଦସ୍ୟ ଓ ଅନ୍ୟମାନେ ଯୋଗଦେଇଥିଲେ। ଦେଶର ସ୍ୱାଧୀନତା, ସାମାଜିକ ନ୍ୟାୟ ଓ ସମାନତାର ମୂଲ୍ୟବୋଧକୁ ଆଗେଇ ନେବା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା। #angulexpress - Anugul News