ପ୍ରଶଂସନୀୟ ସେବା ପଦକ ପାଇଲେ ବୈପାରୀଗୁଡ଼ା ଥାନାଧିକାରୀ!
ବୈପାରୀଗୁଡ଼ା ଥାନାଧିକାରୀ ଲକ୍ଷ୍ମୀ ନାରାୟଣ ମୁଦୁଲି ପାଇଲେ ପ୍ରଶଂସନୀୟ ସେବା ପଦକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଜ କରକମଳରେ ଏହି ସମ୍ମାନ ପ୍ରଦାନ କରିଛନ୍ତି।
ସ୍ବାଧୀନତା ଦିବସ ପାଳନ ଅବସରରେ ଆଜି ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ 'ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବ - ୨୦୨୬' ଅବସରରେ ରାଜ୍ୟର ଶାନ୍ତି-ଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କ ସୁରକ୍ଷା ଏବଂ ପୋଲିସର ଅତୁଳନୀୟ ସାହସିକତା ଯୋଗୁଁ ରାଜ୍ୟ ପୋଲିସର ଅନେକ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନଜନକ ପଦକ ପ୍ରଦାନ କରାଯାଇଛି । ଶ୍ରୀ ମୁଦୁଲି ମାଲକାନଗିରି ଜିଲ୍ଲାରେ ନକ୍ସଲ ଦମନ ଠାରୁ ଆରମ୍ଭ କରି ନିଷ୍ଠାପର,ସଚ୍ଚୋଟ ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରି ବେଶ୍ ଚର୍ଚ୍ଚାରେ ରହିଥିଲେ। ୨୦୧୪ ମସିହାରେ ରେ ନକ୍ସଲ ଦମନ କ୍ଷେତ୍ରରେ ତାଙ୍କ ବଳିଷ୍ଠ ଅବଦାନ ଯୋଗୁଁ ରାଷ୍ଟ୍ରପତିଙ୍କ ସାହସିକତା ପୁରସ୍କାର ମଧ୍ୟ ହାସିଲ କରିଥିଲେ।
#laxminarayanmuduli #OdishaPolice #iic #boiparigua #Malkangiri #koraput #Odisha #newodishatv