କଳାହାଣ୍ଡି: ଲାଞ୍ଜିଗଡ: ଉମେଜ ଗ୍ରାମରେ ମୌଳିକ ସୁବିଧାର ଅଭାବ, ନଦୀ ପାର ହୋଇ ପାଠ ପଢୁଛନ୍ତି ପିଲା
Kalahandi, Kalahandi | Oct 3, 2026
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଉମେଜ ଗ୍ରାମରେ ରାସ୍ତା, ପୋଲ, ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ସେବାର ଅଭାବ। ରେତ ନଦୀ ପାର ହୋଇ ପାଠ ପଢିବାକୁ ଯାଉଛନ୍ତି ଛାତ୍ରଛାତ୍ରୀ। ଆମ୍ବୁଲାନ୍ସ ସୁବିଧା ନଥିବାରୁ ରୋଗୀ ମଧ୍ୟ ହଇରାଣ। ସ୍ୱାଧୀନତାର ୮୦ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ୪୮ ପରିବାର।