ବାରିପଦା ସଦର: ମୟୂରଭଞ୍ଜ: ଅଏଲ୍ ଟ୍ୟାଙ୍କର ଭିତରୁ ଉଦ୍ଧାର ହେଲେ 20ରୁ ଅଧିକ ଗୋରୁ
ମୟୂରଭଞ୍ଜ ଜିଲ୍ଲାରେ ଗୋଚାଲାଣ ଉଦ୍ୟମ ପଣ୍ଡ। ବାଙ୍ଗିରିପୋଷି ପୋଲିସ ଏକ ଅଏଲ୍ ଟ୍ୟାଙ୍କର ଭିତରୁ 20ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି। ବିଶୋଇରୁ କଳାବାଡ଼ିଆ ଅଭିମୁଖେ ଯାଉଥିବା ବେଳେ ପୋଲିସ ଟ୍ୟାଙ୍କରକୁ ଅଟକାଇଥିଲା। ଘଟଣାର ତଦନ୍ତ ଜାରି ରହିଛି।