କଟକରେ ବେଆଇନ ମଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଜବତ ହେଲା ବହୁ ପରିମାଣର ନିଶାଦ୍ରବ୍ୟ
ଦୁର୍ଗାପୂଜା ପୂର୍ବରୁ କଟକ ଜିଲ୍ଲାରେ ବେଆଇନ ମଦ ଓ ନିଶା କାରବାର ବିରୋଧରେ ଅବକାରୀ ବିଭାଗର ବଡ଼ ଚଢ଼ଉ। ସେପ୍ଟେମ୍ବର ମାସରେ ୧୯୫ ଜଣ ଗିରଫ, ହଜାର ହଜାର ଲିଟର ଦେଶୀ ମଦ ଓ ପୋଚ ସହ ଗଞ୍ଜେଇ ଓ ହେରୋଇନ୍ ଜବତ। ଶାନ୍ତିପୂର୍ଣ୍ଣ ଦଶହରା ପାଇଁ ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ।