କଟକ ୱାର୍ଡ଼ 55ରେ ନିର୍ମାଣ ହେବ ସାର୍ବଜନୀନ ଶୌଚାଳୟ, ଶିଳାନ୍ୟାସ କଲେ ବିଧାୟକ
କଟକ ମହାନଗର ନିଗମ ଅନ୍ତର୍ଗତ 55 ନମ୍ବର ୱାର୍ଡ଼ ବିଦ୍ୟାଧରପୁରଠାରେ 15 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସାର୍ବଜନୀନ ଶୌଚାଳୟର ଶିଳାନ୍ୟାସ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ସୌଭିକ ବିଶ୍ଵାଳଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।