ସୋର: ବାଲେଶ୍ୱର: ଫୁଲ ଡାଳ କାଟିବାକୁ ନେଇ ବୋହୂ ଉପରେ ଗରମ ତେଲ ଢାଳିଲେ ଶାଶୁ
Soro, Balasore | Oct 2, 2026 ବାଲେଶ୍ୱର ଜିଲ୍ଲା ଖଇରା ଥାନା ମଠନୂଆଗାଁରେ ଅଭାବନୀୟ ଘଟଣା। ମନ୍ଦାର ଫୁଲ ଡାଳ କାଟିବାକୁ କେନ୍ଦ୍ର କରି ଶାଶୁ ବୋହୂ ଉପରେ ଗରମ ତେଲ ଢାଳି ଦେଇଛନ୍ତି। ଗୁରୁତର ଅବସ୍ଥାରେ ବୋହୂ ଭଦ୍ରକ ମେଡିକାଲରେ ଭର୍ତ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି।