#ସଚେତନ#
#ଠକେଇରୁ_ସାବଧାନ_ରୁହନ୍ତୁ#
#ଠକେଇ ଅଭିଯୋଗରେ ଥାନାରେ ମହିଳାଙ୍କୁ ଜିମ୍ମା#
Phonepe ରେ ୧୦ହଜାର ଟଙ୍କା ଠକେଇ ଅଭିଯୋଗରେ ଶୁଳିଆପଦା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଡ ପ୍ରତିଭା ପାତ୍ର ଙ୍କୁ ୧୧୨ ପିସିଆର ଯୋଗେ ଭଞ୍ଜପୁର ଥାନାରେ ଜିମ୍ମା ଦେଲେ ଅଟୋ ଡ୍ରାଇଭର ରବୀନ୍ଦ୍ର କୁମାର ଦାସ ଓ ତାଙ୍କ ପରିବାର।
ସୂଚନାନୁସାରେ ରବୀନ୍ଦ୍ର ଶୁକ୍ରବାର ସକାଳେ ବାରିପଦା ବସଷ୍ଟାଣ୍ଡରେ ନିଜର ଅଟୋ ଲଗାଇ ବସିଥିବା ସମୟରେ ଉକ୍ତ ପ୍ରତିଭା ନାମ୍ନୀ ମହିଳା ଜଣକ କାନ୍ଦି କାନ୍ଦି ତାଙ୍କ ସମ୍ପର୍କୀୟଙ୍କ ଦେହ ଖରାପ କହି ରବୀନ୍ଦ୍ରଙ୍କୁ ଫୋନ ପେ ରେ ୧୦ ହଜାର ଟଙ୍କା ପଠାଓ ମୁଁ କ୍ୟାସ ଦେଉଛି ବୋଲି କହିଥିଲେ।ତାପରେ ବିଶ୍ୱାସ ଓ ମାନବିକତା ଦୃଷ୍ଟିରୁ ରବୀନ୍ଦ୍ର ମହିଳା ଦେଇଥିବା ନମ୍ବରରେ ୧୦ ହଜାର ଟଙ୍କା ଫୋନ ପେ ରେ ଟ୍ରାନ୍ସପର କରିଥିଲେ।ତାପରେ ପଦାକୁ ଆସିଥିଲା ମହିଳାଙ୍କ ଅସଲ ଚିତ୍ର, ଟଙ୍କା ପାଇ ସେ ଅଟୋରୁ ଖସିଯିବାକୁ ଉଦ୍ୟମ କଲାବେଳେ ଅଟୋ ଚାଳକ ଜଣକ କୌଣସି ଉପାୟ ନ ପାଇ ଉକ୍ତ ମହିଳାଙ୍କୁ ତାଙ୍କ ଘରପାଖକୁ ନେଇଯାଇ ୧୧୨ ପିସିଆର କୁ ଫୋନ କରିଥିଲେ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପିସିଆର ପହଞ୍ଚି ଉକ୍ତ ଅଭିଯୁକ୍ତ ମହିଳାଙ୍କୁ ଭଞ୍ଜପୁର ଥାନାକୁ ଉଠାଇ ଆଣିଥିଲେ।
ତେବେ ଥାନାରେ ମହିଳାଙ୍କ ସ୍ୱାମୀ ପହଞ୍ଚି ଥାନା ଅଧିକାରୀଙ୍କ ଉପସ୍ଥିତିରେ ଲିଖିତ ଆଧାରରେ ଉଭୟ ପକ୍ଷଙ୍କ ଆପସ ବୁଝାମଣା ପରେ ମହିଳାଙ୍କୁ ଛାଡି ଦେଇଥିଲା ପୋଲିସ............
#ଦର୍ଶକବନ୍ଧୁ ଏ ମହିଳା ଜଣଙ୍କୁ ସାବଧାନ, ହସ୍ପିଟାଲ ବାହାନା କରି ଅଥବା ନିଜ ସମ୍ପର୍କୀୟଙ୍କ ଦେହ ଖରାପ କହି phonepe ରେ ମାଗୁଛନ୍ତି ଟଙ୍କା ଆଉ ତାପରେ ବାହାନା କରି ମାରୁଛନ୍ତି ଛୁ... ତେଣୁ ଏ ଭିଡ଼ିଓ ମାଧ୍ୟମରେ ଆମେ ସାଧାରଣ ଜନତାଙ୍କୁ ସଚେତନ କରିବାକୁ ଚାହୁଁଛୁ ଯେ ଆଗାମୀ ଦିନରେ ଉକ୍ତ ଡ୍ରାଇଭର ଭାଇଙ୍କ ପରି ଆଉ ଯେମିତି କେହି ଠକେଇ ର ଶିକାର ନ ହୁଅନ୍ତୁ।।।