ପେଟ୍ରୋଲ କୁ ନେଇ ପ୍ରତିବାଦ କଲା ଆପ୍ପ
ଇଥାନଲ ଅପେକ୍ଷା ପେଟ୍ରୋଲ୍ ମଧ୍ୟରେ ଅଧିକ ଶକ୍ତି ଥାଏ। ଯେହେତୁ ଇଥାନଲ୍ର ଶକ୍ତି ପ୍ରାୟ ୩୦% କମ୍, ତେଣୁ କେବଳ ଇଥାନଲ୍ ବା ଅଧିକ ଇଥାନଲ୍ ମିଶ୍ରିତ ତେଲ ବ୍ୟବହାର କଲେ ଗାଡ଼ିର ମାଇଲେଜ୍ (Mileage) କମିଯାଏ। ସରଳ ଭାଷାରେ କହିଲେ ଗୋଟିଏ ଲିଟର ପେଟ୍ରୋଲରେ ଆପଣ ଯଦି ୧୦୦ କିଲୋମିଟର ଯିବେ ଗୋଟିଏ ଲିଟର ଇଥାନଲରେ ୭୦ କିଲୋମିଟର ଯିବେ। ସେହି ଅନୁସାରେ E 20 ପେଟ୍ରୋଲ ବ୍ୟବହାର କରିଲେ ଆପଣ ୧୬% ପରି ମାଇଲେଜ କମ୍ ପାଇବେ।
ତେଲ ଟାଙ୍କିରେ କଳଙ୍କି ଓ ପାଣି: ପେଟ୍ରୋଲ୍କୁ ଆପଣ ବହୁତ ଦିନ ପର୍ଯ୍ୟନ୍ତ ରଖିପାରିବେ। କିନ୍ତୁ ଇଥାନଲ୍ ବାୟୁମଣ୍ଡଳରୁ ପାଣି ଶୋଷି ନେଇଥାଏ, ଯାହା ଗାଡ଼ି ଟାଙ୍କିରେ ତେଲ ଏବଂ ପାଣିକୁ ଅଲଗା କରିଦିଏ। ପେଟ୍ରୋଲ ଜଳ ସହ ମିଶି ନଥାଏ କିନ୍ତୁ ଇଥାନଲ ବାୟୁମଣ୍ଡଳରୁ ଜଳ ଶୋଷି ନେଇଥାଏ।ଏହାଛଡ଼ା, ଶୁଦ୍ଧ ଇଥାନଲ୍ ବ୍ୟବହାର କଲେ ପୁରୁଣା ଗାଡ଼ିର ରବର ଗ୍ୟାସ୍କେଟ୍ ଏବଂ ପ୍ଲାଷ୍ଟିକ୍ ପାଇପ୍ ନଷ୍ଟ ହୋଇଯିବାର ଭୟ ଥାଏ।
୨୦% ରୁ ଅଧିକ ଇଥାନଲ୍ ବ୍ୟବହାର କରିବା ପାଇଁ ଗାଡ଼ିରେ ବିଶେଷ ପ୍ରକାରର "ଫ୍ଲେକ୍ସ-ଫ୍ୟୁଏଲ୍" (Flex-Fuel) ଇଞ୍ଜିନ୍ ଆବଶ୍ୟକ ହୋଇଥାଏ। ୨୦୨୩ ପୂର୍ବ ଯେତେ ଗ