ମୋହନା: ଗଜପତି: ହାଟରୁ ଫେରୁଥିବା ପିକ୍ ଅପ୍ ଧକ୍କାରେ ୬ ଗୁରୁତର, ଡ୍ରାଇଭର ଫେରାର
ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତରବା ଛକ ନିକଟରେ ପିକ୍ ଅପ୍ ଗାଡ଼ି ଧକ୍କାରେ ୬ ଜଣ ଆହତ। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଅଛି। ସମସ୍ତଙ୍କୁ ମୋହନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ପରେ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର।