#୪_ଜିଲ୍ଲାକୁ_୧୦_କୋଟର_ରିଲିଫ୍_ମଞ୍ଜୁର_କୋରାପୁଟକୁ_ଉପେକ୍ଷା_ଅଭିଯୋଗ
ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ୪ଟି ଜିଲ୍ଲାକୁ ମୋଟ ୧୦ କୋଟି ଟଙ୍କାର ରିଲିଫ୍ ଅର୍ଥ ମଞ୍ଜୁର କରିଛନ୍ତି। ନବରଙ୍ଗପୁରକୁ ୫ କୋଟି, ଗଞ୍ଜାମ ଓ ଗଜପତିକୁ ୨ କୋଟି ଲେଖାଏଁ ଏବଂ ଝାରସୁଗୁଡ଼ାକୁ ୧ କୋଟି ଟଙ୍କା ଦିଆଯାଇଛି।
ତେବେ ରିଲିଫ୍ ତାଲିକାରେ କୋରାପୁଟ ଜିଲ୍ଲାର ନାଁ ନଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା। କୋଟପାଡ଼ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଥିବା ବେଳେ କୋରାପୁଟକୁ ରିଲିଫ୍ ଅର୍ଥରୁ ବାଦ୍ ଦିଆଯିବାକୁ ନେଇ ସାଂସଦ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏପଟେ ଆଜି ସାଂସଦ କୋଟପାଡ଼ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କ ସମସ୍ୟା ଓ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କୋଟପାଡ଼ ଅଞ୍ଚଳ ଗସ୍ତ କରି ବନ୍ୟା ବିପନ୍ନଙ୍କୁ ସହାୟତା ଦେବାର ଆଶ୍ୱାସନ ଦେଇଥିଲେ।
କୋରାପୁଟକୁ ରିଲିଫ୍ ତାଲିକାରେ ସାମିଲ ନକରିବାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର।
#Koraput #Flood #Relief #Kotpad #SaptagiriUlaka #OdishaNews #News11OdiaLive