ସୁକିନ୍ଦା: ନଡ଼ିଆଭଙ୍ଗା ମା ମଙ୍ଗଳା ଖେଳ ପଡିଆରେ ଫାଇନାଲ କ୍ରିକେଟ ମ୍ୟାଚରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ
Sukinda, Jajpur | Dec 21, 2025 ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଡ଼ିଆଭଙ୍ଗା ମା ମଙ୍ଗଳା ଖେଳ ପଡିଆରେ ନଡିଆଭଙ୍ଗା ପ୍ରୀମୀୟର ଲିଗରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ଯୋଗଦେଇ ଖେଳାଳି ଓ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିବା ରବିବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି । ଦୁଇଦିନ ଧାରି ଚାଲୁ ରହିଥିବା କ୍ରିକେଟ ଫାଇନାଲ ମ୍ୟାଚରେ ଦାସ ଇଲେଭେନକୁ ହରାଇ ଫ୍ୟାର ଇଲେଭେନ୍ ବିଜୟୀ ହୋଇଥଲା । ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ଦୁଇ ଦଳର ଖେଳାଳି ମାନଙ୍କୁ ପୁରସ୍କୃତ କରି ଆୟୋଜକ କମିଟିର ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।