ସ୍ୱାଧୀନତା ଦିବସରେ ଢେମଷା ନାଚିଲେ ମନ୍ତ୍ରୀ !
କୋରାପୁଟ ପୋଲିସ ପଡ଼ିଆରେ ଧୁମ୍ଧାମରେ ପାଳିତ ହେଲା ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହୋତ୍ସବ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ରାଜ୍ୟ ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ଏହି ଅବସରରେ କୋରାପୁଟର ବିକାଶ ନେଇ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ମନ୍ତ୍ରୀ। କଫି ଚାଷଠାରୁ ଆରମ୍ଭ କରି କୃଷି, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, କ୍ରୀଡ଼ା ଓ ଭିତ୍ତିଭୂମି ବିକାଶକୁ ସରକାର ପ୍ରାଥମିକତା ଦେଉଥିବା କହିଛନ୍ତି।
#ସ୍ୱାଧୀନତାଦିବସ #ଢେମଷା #କୋରାପୁଟ #ମନ୍ତ୍ରୀ #KoraputNews #IndependenceDay