ଜଳେଶ୍ବର: ଚାଫଲାରେ ବେଆଇନ ବାଲି ବୋଝେଇ 5 ଟ୍ରାକ୍ଟର ଜବତ
ତହସିଲଦାରଙ୍କ ନିର୍ଦ୍ଦେଶରେ ଚାଫଲା ନିକଟରେ ଚଢ଼ଉ କରି ପାଞ୍ଚଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ଆବଶ୍ୟକ କାଗଜପତ୍ର ନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜବତ ଟ୍ରାକ୍ଟର ଗୁଡ଼ିକ ରାଇବଣିଆ ଥାନା ଦକ୍ଷିଣ ପ୍ରହରାଜପୁର ଓ ଗୁଆଗଡ଼ିଆରୁ ଆସୁଥିଲା।