କଳାହାଣ୍ଡି: ରଙ୍କବାହାଲ ସ୍କୁଲରେ ତାଲା: ଶିକ୍ଷକ ବଦଳିକୁ ନେଇ ଅଭିଭାବକଙ୍କ ପ୍ରତିବାଦ
Kalahandi, Kalahandi | Oct 1, 2026
କଳାହାଣ୍ଡି ଧର୍ମଗଡ଼ ରଙ୍କବାହାଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ ଅଶାନ୍ତି। ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ଶିକ୍ଷକ ଅଭାବ ଯୋଗୁଁ ୧୪୦ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଯୋଗ।