🌿 ରାଣୀ ଡୁଡୁମାରେ ଉଦଘାଟିତ ହେଲା ‘ଅରଣ୍ୟ କଫେ’ ☕🌳
କୋରାପୁଟ ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରାଣୀ ଡୁଡୁମାରେ ଉଦଘାଟିତ ହୋଇଛି ‘ଅରଣ୍ୟ କଫେ’। ଜଙ୍ଗଲ ବିଭାଗ ପକ୍ଷରୁ ନିର୍ମିତ ଏହି କଫେ ପର୍ଯ୍ୟଟକଙ୍କ ପାଇଁ ନୂଆ ସୁବିଧା ଯୋଗାଇବ।
କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ନନ୍ଦପୁର ଗସ୍ତ କରି ଏହି ଅରଣ୍ୟ କଫେର ଶୁଭ ଉଦଘାଟନ କରିଥିଲେ। ଆଗାମୀ ଦିନରେ ରାଣୀ ଡୁଡୁମାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏଠାରେ ଆବଶ୍ୟକୀୟ ସୁବିଧା ମିଳିବା ସହ ପର୍ଯ୍ୟଟନର ବିକାଶରେ ଏହା ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି।
କୋରାପୁଟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତି କରାଯିବ ଏବଂ ପର୍ଯ୍ୟଟକଙ୍କ ପାଇଁ ଆହୁରି ଅଧିକ ସୁବିଧା ସୃଷ୍ଟି କରାଯିବ ବୋଲି ସାଂସଦ କହିଛନ୍ତି।
ଉଦଘାଟନ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କଡାମ, ପୂର୍ବତନ ବିଧାୟକ ନିମାଇଁ ସରକାର, ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକଙ୍କ ସମେତ ଡିଏଫଓ, ବନ ବିଭାଗର ଅଧିକାରୀ ଓ ନନ୍ଦପୁରବାସୀ ଉପସ୍ଥିତ ଥିଲେ।
🌿 ପ୍ରକୃତିର କୋଳରେ ‘ଅରଣ୍ୟ କଫେ’—ରାଣୀ ଡୁଡୁମାର ପର୍ଯ୍ୟଟନକୁ ମିଳିଲା ନୂଆ ଆକର୍ଷଣ।
#RaniDuduma #Nandapur #Koraput #AranyaCafe #Tourism #KoraputTourism #SaptagiriUlaka #OdishaTourism #KoraputNews