କଟକ ପୌରାଞ୍ଚଳ: କଟକ ସ୍ଵରାଜ ଆଶ୍ରମରେ ପାଳିତ ହେଲା ରାଜ୍ୟସ୍ତରୀୟ ମହାତ୍ମା ଗାନ୍ଧୀ ଜୟନ୍ତୀ
କଟକ ସ୍ଵରାଜ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ। ସାଂସଦ ଡଃ ଭର୍ତ୍ତୃହରି ମହତାବ, ବିଧାୟକ ଓ ମେୟରଙ୍କ ସମେତ ଅନେକ ଗଣମାନ୍ୟ ବ୍ୟକ୍ତି ଯୋଗଦେଇ ଗାନ୍ଧୀଜୀଙ୍କ ଆଦର୍ଶ ଓ ବାର୍ତ୍ତା ଉପରେ ଆଲୋକପାତ କରିଛନ୍ତି। କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ତନ୍ତବୁଣା ପୋଷାକ ପ୍ରଦର୍ଶନୀ ହୋଇଛି।