୫୭ ନଂ ଜାତୀୟ ରାଜପଥ ନୂଆପାଲି ଛକଠାରେ ମାଗଣା ଅନ୍ନ ପ୍ରସାଦ ବଣ୍ଟନ
ପବିତ୍ର ଶ୍ରାବଣ ମାସ ପରିପ୍ରେକ୍ଷୀରେ ବୌଦ୍ଧ ୫୭ ନଂ ଜାତୀୟ ରାଜପଥ ନୂଆପାଲି ଛକ ନିକଟରେ "ବହାଜୁର ସନ୍ଧେଶ୍ୱର୍ ବାବା ବୋଲବମ୍ କମିଟି" ପକ୍ଷରୁ ଏକ ମହତ ପଦକ୍ଷେପ ଗ୍ରହଣ କରାଯାଇଛି।
ଦୂରଦୂରାନ୍ତରୁ କାବଡ଼ି ନେଇ ଜଳଲାଗି ପାଇଁ ଯାଉଥିବା ଶହ ଶହ ବୋଲବମ୍ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କମିଟି ସଦସ୍ୟମାନଙ୍କ ଦ୍ୱାରା ମାଗଣା ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶ୍ରଦ୍ଧା ଓ ଭକ୍ତିର ସହ କମିଟିର ସମସ୍ତ ସଦସ୍ୟ ମିଳିମିଶି କାଉଡ଼ିଆ ଭକ୍ତମାନଙ୍କୁ ପ୍ରସାଦ ବାଣ୍ଟିବା ସହ ସେମାନଙ୍କ ସେବା କରିଥିଲେ।
"ହର ହର ମହାଦେବ" ଓ "ବୋଲବମ୍" ଧ୍ୱନିରେ ସମ୍ପୂର୍ଣ୍ଣ ନୂଆପାଲି ଛକ ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଥିଲା। କମିଟିର ଏହି ନିସ୍ୱାର୍ଥପର ସେବା ମନୋଭାବକୁ ସ୍ଥାନୀୟ ଅଞ୍ଚଳବାସୀ ଓ ବୋଲବମ୍ ଭକ୍ତମାନେ ଭୂୟସୀ ପ୍ରଶଂସା କରିଛନ୍ତି। 🙏✨
🚩 ଜୟ ବାବା ଶନ୍ଧେଶ୍ୱର୍! 🚩
🚩 ହର ହର ମହାଦେବ! 🚩
#Boudh #BoudhNews #NH57 #Nuapali #BolBam #SravanMonth #SandheswarBaba #BolbamSeva #HarHarMahadev #Odisha
Baudh Sadar, Boudh (Bauda) | Aug 16, 2026