ଉଦଳା: ଉଦଳାରେ ଦୁଇ ନାବାଳକଙ୍କୁ ନିର୍ଘାତ ମାଡ଼, ଭିଡିଓ ଭାଇରାଲ
ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଜଣେ ଦୋକାନୀ ଦୁଇ ଜଣ ନାବାଳକଙ୍କୁ ରାସ୍ତା ମଝିରେ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଚାପୁଡ଼ା ଓ ତଣ୍ଟିଆ ମାରିବାର ଏହି ଘଟଣା ଏବେ ଚର୍ଚ୍ଚାରେ। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।