Public App Logo
ମହାନଦୀରେ କୁମ୍ଭୀର। ଆତଙ୍କିତ ଅବସ୍ଥାରେ ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ର ରତାଗଡ ମହାନଦୀ ତୁଠ ଠାରେ.ଏକ ବିରାଟ ଥଣ୍ଟିଆ କୁମ୍ଭୀର ବୁଲୂଛି ମହାନଦୀ ର ସ୍ରୋତ ପାଣିରେ. ମହାନଦୀରେ ଏହି କୁମ୍ଭୀର ରହିଥିବା ନେଇ ଗତ କାଲି ଠାରୁ ଆଠଗଡ ବନ ବିଭାଗ ପକ୍ଷରୁ ଲୋକଙ୍କୁ ଅବଗତ କରାଯାଇଥିଲା। ଏପରିକି କେହି ନଦୀକୁ ନ ଯିବା ପାଇଁ ବାରଣ ବି କରାଯାଇଥିଲା। ଆଜି ଦ୍ୱିପ୍ରହରରେ ଗୋବିନ୍ଦପୁର ପାଖରେ ଏହି ବିରାଟ କୁମ୍ବୀର ନଦୀ ବାଲିରେ ଦେଖିବାକୁ ମିଳିଥିଲା। କୁମ୍ଭୀରକୁ ଦେଖି ଲୋକେ ଭୟରେ ରହିଛନ୍ତି। ||charcha news - Bhubaneswar M Corp News