ସୁକିନ୍ଦା: ରାଷ୍ଟ୍ରୀୟ ବଜରଙ୍ଗ ଦଳର କାର୍ଯ୍ୟ କର୍ତ୍ତାଙ୍କ ଦ୍ଵାରା ମିଲିଟାରି ଛକ ନିକଟରୁ ଗୋରୁ ବୋଝେଇ ପିକପ୍ ଗାଡ଼ି ଜବତ
Sukinda, Jajpur | Dec 22, 2025 ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଲକ ଅଧିନସ୍ଥ ମିଲିଟାରି ଛକ ନିକଟରୁ ରାଷ୍ଟ୍ରୀୟ ବଜରଙ୍ଗ ଦଳର କାର୍ଯ୍ୟ କର୍ତ୍ତାଙ୍କ ଦ୍ଵାରା ଏକ ଗୋରୁ ବୋଝେଇ ପିକପ୍ ଗାଡ଼ି ଜବତ କରାଯାଇଥିବା ସୋମବାର ସକାଳ 8 ଘଟିକା ସମୟରେ ଦେଖିବାକୁ ମିଳିଛି । ଏନେଇ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଗୋରୁ ବୋଝେଇ ଗାଡ଼ି ଟିକୁ ଦାନଗଦି ଫାଣ୍ଡିରେ ଜିମା ଦେଇ ରାଷ୍ଟ୍ରୀୟ ବଜରଙ୍ଗ ଦଳ ଦାନଗଦି ପ୍ରଖଣ୍ଡ୍ ସଂଯୋଜକ ଦୀପକ ସାହୁଙ୍କ ପକ୍ଷରୁ ଦୁଇ ଗୋ ଚାଲାଣ କାରୀଙ୍କ ବିରୋଧରେ ଦାନଗଦି ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି ।