ବିଭେଦ ଓ ଅସ୍ପୃଶ୍ୟତା ବିରୋଧରେ କୋରାପୁଟ କଂଗ୍ରେସର ସତ୍ୟାଗ୍ରହ
କୋରାପୁଟ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉତ୍ତରାଖଣ୍ଡର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେହି ସ୍ଥାନରେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରାଯାଇଥିବା ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଏହାକୁ ଅସ୍ପୃଶ୍ୟତା ଓ ବିଭେଦର ମାନସିକତା ବୋଲି ଅଭିହିତ କରିଛି ଦଳ।
ଏହାର ପ୍ରତିବାଦରେ କୋରାପୁଟରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ସତ୍ୟାଗ୍ରହରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କଡାମ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।
ସତ୍ୟାଗ୍ରହରେ କଂଗ୍ରେସ ନେତାମାନେ ବିଜେପି ସରକାରକୁ ବିଭେଦ ଓ ମହିଳା ବିରୋଧୀ ସରକାର ବୋଲି ଅଭିଯୋଗ କରିଥିଲେ। ଜାତି, ଧର୍ମ ଓ ଲିଙ୍ଗ ଆଧାରରେ ବିଭେଦ ଓ ଅସ୍ପୃଶ୍ୟତାକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ବୋଲି ମତ ରଖିଥିଲେ।
ଅସ୍ପୃଶ୍ୟତା ଓ ବିଭେଦ ବିରୋଧରେ ଏକତାର ସ୍ୱର ଉଠାଇଲା କୋରାପୁଟ କଂଗ୍ରେସ।
#Koraput #KoraputCongress #Satyagraha #Congress #Untouchability #Discrimination #Ambedkar #OdishaNews #KoraputNews #PoliticalNews