#ଯାଜପୁର_ରେ_ବିଜୁ_ଜନତା_ଦଳ_ର_ପଦଯାତ୍ରା_ଶୁଭାରମ୍ଭ
ପବିତ୍ର ଗାନ୍ଧୀ ଜୟନ୍ତୀ ରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା । ସେହି କ୍ରମରେ ଆଜି ଯାଜପୁର ସଦରମହକୁମାରେ ଯାଜପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ରଙ୍କ ନେତୃତ୍ବରେ ଯାଜପୁର ପୌରପାଳିକା ଅନ୍ତର୍ଗତ କୁସୁମା ପଡିଆରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଅନ୍ୟାୟ ବିରୋଧ ରେ ସ୍ୱର ଉତ୍ତୋଳନ କରିବା କୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବରିଷ୍ଠ ବିଜେଡି ନେତା କର୍ଣାଟ କେଶରୀ ଦାସ, ଯାଜପୁର ପୌରପାଳିକାର ଅଧକ୍ଷ୍ୟା ରଞ୍ଜୁଲତା ହୋତା, ଉପାଧକ୍ଷ ସନ୍ତୋଷ ମଲ୍ଲିକ, ବ୍ଲକ ବିଜେଡି ସଭାପତି ପରେଶ ବିଶ୍ଵାଳ, ବିଚିତ୍ରପୁର ସରପଞ୍ଚ ଦେବାଶିଷ ପଣ୍ଡାଙ୍କ ସମେତ ବହୁ ନେତା ଏହି ପଦଯାତ୍ରା ରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୁଦ୍ଧ ରେ ସ୍ଵର ଉତ୍ତୋଳନ କରିଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରା ସହର ପରିକ୍ରମା କରିବା ରେ ଗାନ୍ଧୀ ଛକରେ ପହଞ୍ଚି ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଯାଜପୁର ପୌରପାଳିକା ଓ ବ୍ଲକ ର ହଜାର ହଜାର ସଂଖ୍ୟକ କର୍ମୀ ମାନେ ଉପସ୍ଥିତ ଥିଲେ।
#pranabprakashdas #BobbyDas #bjdjajpur #NaveenPatnaik #JajpurNews #jajpurkhabar #Aeiodisha #lntvnetwork
Bhubaneswar M Corp, Khordha | Oct 2, 2026