ବୌଦ୍ଧରେ ବିଜେପି ଯୁବ ମୋର୍ଚ୍ଚାର କ୍ୟାଣ୍ଡେଲ ମାର୍ଚ୍ଚ
ବୌଦ୍ଧ: 'ବନ୍ଦେ ମାତରମ୍' ପ୍ରତି କଂଗ୍ରେସର ଅସମ୍ମାନ ଅଭିଯୋଗରେ ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗାନ୍ଧୀ ଛକରେ ପ୍ରତିବାଦ ଶୋଭାଯାତ୍ରା ଓ କ୍ୟାଣ୍ଡେଲ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମଣ୍ଟୁ ସାହୁଙ୍କ ନେତୃତ୍ୱ ଓ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଉପସ୍ଥିତିରେ ଶତାଧିକ କାର୍ଯ୍ୟକର୍ତ୍ତା କ୍ୟାଣ୍ଡେଲ୍ ଓ ପ୍ଲାକାର୍ଡ ଧରି କଂଗ୍ରେସ ବିରୋଧରେ ଜୋରଦାର ନାରାବାଜି କରିଥିଲେ।
#Boudh #BJP #CandleMarch #VandeMataram #OdishaPolitics
Baudh Sadar, Boudh (Bauda) | Aug 16, 2026