ଚାନ୍ଦୁଆ: ମୟୂରଭଞ୍ଜ: ପାରମ୍ପରିକ ପ୍ରଥାକୁ ନେଇ ବିବାଦ, ଅଟକିଲା ମହିଳାଙ୍କ ଅନ୍ତିମ ସଂସ୍କାର
ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଲୁହାମାଳିଆ ଗାଁରେ ପାରମ୍ପରିକ ପ୍ରଥାକୁ ନେଇ ଦେଖାଦେଇଛି ବିବାଦ। ମୃତ୍ୟୁ ପରବର୍ତ୍ତୀ ରୀତିନୀତିରେ କୁକୁଡ଼ା ଦେବାକୁ ନେଇ ମତଭେଦ ଯୋଗୁଁ ଅନ୍ତିମ ସଂସ୍କାର ବିଳମ୍ବିତ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ସମାଧାନ ପାଇଁ ଉଦ୍ୟମ କରୁଛି।