ରାୟଗଡା: ରାୟଗଡ଼ା କଲେଜରେ ଛାତ୍ର ଅଶାନ୍ତି: ହଷ୍ଟେଲ ଓ ପରୀକ୍ଷା ଫଳକୁ ନେଇ ଏଭିପିର ଧାରଣା
ରାୟଗଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ହଷ୍ଟେଲ ସମସ୍ୟା, ବିଳମ୍ବିତ ପରୀକ୍ଷା ଫଳ ଓ ଛାତ୍ର ସଂସଦ ନିର୍ବାଚନ ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଧାରଣା ଜାରି ରହିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।