Public App Logo
କପୁରଥଳା ଭଦ୍ରକାଳୀ ମନ୍ଦିର ସାମ୍ନାରେ ଲଜ୍ଜାଜନକ ଘଟଣା: ମହିଳା ଭିକ୍ଷୁକଙ୍କୁ ନିର୍ଧୂମ ମାଡ଼, ଅଭିଯୁକ୍ତ ଫେରାର୍ ! "ଜଣେ ଭିକ୍ଷୁକ ମହିଳାଙ୍କୁ ଏଭଳି ଅମାନୁଷିକ ଭାବେ ମାଡ଼! ମନ୍ଦିର ସାମ୍ନାରେ ଚପଲରେ ପିଟିବା ସହ ଗୋଇଠା ମାରୁଛନ୍ତି ଜଣେ ଦୋକାନୀ। ପଞ୍ଜାବର କପୁରଥଳାସ୍ଥିତ ଐତିହାସିକ ମାତା ଶ୍ରୀ ଭଦ୍ରକାଳୀ ମନ୍ଦିର ବାହାରର ଏଭଳି ଏକ ହୃଦୟବିଦାରକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।" "ସୂଚନା ଅନୁଯାୟୀ, ମହିଳାଙ୍କ ପିଲାମାନଙ୍କ ସହିତ ଅଭିଯୁକ୍ତଙ୍କ ମୋଟରସାଇକେଲକୁ ନେଇ କିଛି ବଚସା ହୋଇଥିଲା। ଆଉ ଏହାକୁ ନେଇ ଏତେ ପ୍ରତିହିଂସା ପରାୟଣ ହୋଇପଡ଼ିଥିଲେ ଯେ, ସେଠାରେ ଉପସ୍ଥିତ କିଛି ଲୋକ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଅଟକି ନଥିଲେ।" "ଭିଡିଓଟି ଭାଇରାଲ ହେବା ଏବଂ ମହିଳା ଆୟୋଗଙ୍କ କଡ଼ା ହସ୍ତକ୍ଷେପ ପରେ ଘଟଣାକୁ ଗମ୍ଭୀରତାର ସହ ନେଇଛି ପୋଲିସ। ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ଧାରା ଅଧୀନରେ ଏକ ସ୍ୱତଃପ୍ରବୃତ୍ତ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତର ପରିଚୟ ବିକାଶ ଶର୍ମା ଭାବେ ଜଣାପଡିଥିବାବେଳେ, ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।" #ViralNews #Kapurthala #PunjabNews #BhadrakaliTemple #ViralVideo #TrendingNow #NewsUpdate #JusticeForWomen #WomenSafety #LatestNews @followers - Bhubaneswar M Corp News