ପାରଳାଖେମୁଣ୍ଡି: ଜନ୍ମଦିନରେ ନିଆରା ପ୍ରୟାସ: ପାରଳାଖେମୁଣ୍ଡିରେ 47ଟି ବୃକ୍ଷ ରୋପଣ କଲେ ସନ୍ତୋଷ ଗନ୍ତାୟତ
ପାରଳାଖେମୁଣ୍ଡି ଗାୟତ୍ରୀ ପରିବାରର ଜିଲ୍ଲା ମୁଖ୍ୟ ସନ୍ତୋଷ ଗନ୍ତାୟତ ନିଜର 47ତମ ଜନ୍ମଦିନକୁ 47ଟି ବୃକ୍ଷ ରୋପଣ କରି ପାଳନ କରିଛନ୍ତି। ଭୋୟା ପାହାଡ଼, ଏସକେସିଜି କଲେଜ ପରିସର ଓ ବିଭିନ୍ନ ରାସ୍ତା କଡ଼ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।