#କଳା_ବାଘ_ମୃତ୍ୟୁ_ଘଟଣା...
#ଶିମିଳିପାଳରେ କଳା ବାଘୁଣୀର ମୃତ୍ୟୁ....
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏକ ମାଈ କଳା ବାଘୁଣୀର ମୃତ୍ୟୁ ଘଟିଛି । ଶିମିଳିପାଳର ଦକ୍ଷିଣ ଡିଭିଜନ ଅଧୀନ UBK ରେଞ୍ଜରେ ପ୍ରାୟ ୫ ବର୍ଷ ବୟସର ଏକ କଳା ବାଘୁ୍ଣୀ (ସ୍ୟୁଡୋ ମେଲାନିଷ୍ଟିକ) ମୃତଦେହ ଠାବ ହୋଇଛି।ପ୍ରାଥମିକ ତଦନ୍ତରୁ ବାଘୁଣୀ ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ, ଏହାର ନମୁନା ଭୁବନେଶ୍ବର OUAT (Odisha University of Agriculture and Technology)କୁ ପଠାଯାଇଛି । ଲାବୋରେଟୋରି ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ଡାକ୍ତର ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।।
#Mayurbhanj