ସୁକିନ୍ଦା: କଳିଙ୍ଗନଗର ସ୍ଥିତ ଟାଟା 1 ନଂ ଗେଟ ସମ୍ମୁଖରେ ଶବ ରଖି ବିଭିନ୍ନ ଦାବୀ ନେଇ ଧାରଣା ଦେଲେ ବିସ୍ଥାପିତ ପରିବାର ବର୍ଗ
Sukinda, Jajpur | Dec 21, 2025 ଟାଟା କମ୍ପାନୀ ନିର୍ମାଣ ସମୟରେ ସ୍ଥାନୀୟ ବାସିନ୍ଦାଙ୍କୁ ବିଭିନ୍ନ ପ୍ରତିଶୃତି ଦେଇ ପ୍ରତିଶୃତି ପୁରଣ କରିନଥିବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ କମ୍ପାନୀ ଆରମ୍ଭ ଦିନରୁ ଅଣଦେଖା କରିଆସୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବିସ୍ଥାପିତ ପରିବାର ସଦସ୍ୟ । ତା ସହିତ ଅବହେଳିତ ଅବସ୍ଥାରେ ଦେହାନ୍ତ ହୋଇଛନ୍ତି ସ୍ଥାନୀୟ ବିସ୍ଥାପିତ ଆଦିବାସୀ ପରିବାର ବର୍ଗର ଜଣେ ସଦସ୍ୟ । ସ୍ଥାନୀୟ ବାସିନ୍ଦା ତାଙ୍କ ଶବକୁ ନେଇ କଳିଙ୍ଗନଗର ସ୍ଥିତ ଟାଟା ପ୍ଲାଣ୍ଟ 1 ନଂ ମୁଖ୍ୟ ଦ୍ଵାରରେ ଶବ ରଖି ବିଭିନ୍ନ ଦାବୀ ନେଇ ଧାରଣା ଜାରି ରହିଛି